କପା ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

କପା ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଗଠନ ହେଉଛି ୧୦୯ କୃଷକ ଉତ୍ପାଦକ ସଂଗଠନ
ଓଡ଼ିଶାରେ ଉତ୍ପାଦନ ହେଉଥିବା କପା ଉନ୍ନତମାନର। ଏଣୁ ଚଳିତ ଆର୍ଥିକ ବର୍ଷରୁ କପା ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବା ସହ ରାଜ୍ୟ ୧୧ଟି ଜିଲ୍ଲାର କପା ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଣୁ ବ୍ୟବସ୍ଥିତ ଢଙ୍ଗରେ କପା ଉତ୍ପାଦନ କରିବାକୁ କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗ ହାତ ମିଳାଇଛନ୍ତି। କପା ଉତ୍ପାଦନ ହେଉଥିବା ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ସମବାୟ ବିଭାଗ ପକ୍ଷରୁ ନୋଡାଲ୍‌‌ ଅଫିସର ନିଯୁକ୍ତ ହୋଇ ସାରିଛନ୍ତି। କପା ଚାଷୀମାନଙ୍କୁ ନେଇ ୧୦୯ଟି କୃଷକ ଉତ୍ପାଦକ ସଂଗଠନ ଗଠନ ନେଇ ନିଷ୍ପତ୍ତି ହୋଇଥିବା ବେଳେ ସମ୍ପ୍ରତି ୬୧ଟି କୃଷକ ଉତ୍ପାଦକ ସଂଗଠନ ଗଠନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ସଙ୍ଗଠନଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ସମବାୟ ନିବନ୍ଧକମାନଙ୍କୁ ନିର୍ଦ୍ଦେଶ ମିଳିଛି। କୃଷି ଓ ସମବାୟ ବିଭାଗର ମିଳିତ ଉଦ୍ୟମରେ କପା ଉତ୍ପାଦନ ହେଉଥିବା ବରଗଡ଼଼, ବଲାଙ୍ଗିର, ବୌଦ୍ଧ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନୂଆପଡ଼ା, ରାୟଗଡ଼଼ା ଓ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କ ସହ ଯୋଗସୂତ୍ର ସ୍ଥାପନ କରିବା ପାଇଁ ସ୍ୱତନ୍ତ୍ର ମୋବାଇଲ ଆପ୍‌‌ ଓ ହ୍ୱାଟ୍ସଆପ୍‌‌ ଗ୍ରୁପ୍‌‌ ଗଠନ ହୋଇଛି। ସେହିଭଳି କପା ଉତ୍ପାଦନକାରୀ ସମବାୟ ସମିତି ଗଠନ ଉପରେ ଜୋର୍‌‌ ଦିଆଯାଉଛି। କପା ଉତ୍ପାଦନ ପରେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ପ୍ରୋସେସିଂ ୟୁନିଟ୍‌‌ ସ୍ଥାପନ କରାଯିବ। ଅର୍ଥାତ୍‌‌ କଞ୍ଚମାଲଗୁଡ଼ିକର ଗିନିଂ, ପ୍ରେସିଂ ଓ ବଏଲିଂ ୟୁନିଟ୍‌‌ ପ୍ରସ୍ତୁତ କରାଯିବ। ଏନେଇ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

administrator

Related Articles

Leave a Reply

Your email address will not be published. Required fields are marked *