କୋଟାମାଲରେ ଗଠନ ହେଲା ମା’କାଳୀ ସୁନ୍ଦରୀ କପା ଉତ୍ପାଦକ କୃଷକ ସଂଗଠନ

କୋଟାମାଲରେ ଗଠନ ହେଲା ମା’କାଳୀ ସୁନ୍ଦରୀ କପା ଉତ୍ପାଦକ କୃଷକ ସଂଗଠନ


କପାଚାଷୀଙ୍କ ପାଇଁ କାର୍ଯ୍ୟ କରୁଛି ଯୁବ ଜ୍ୟୋତୁ ଯୁବକ ସଂଘ
କପା ହେଉଛି ଏକ ଅର୍ଥକାରୀ ତନ୍ତୁ ଜାତୀୟ ଫସଲ । ଏଣୁ କପାକୁ ଆମେ ଧଳା ସୁନା ବୋଲି କହିଥାଉ । କାରଣ ଟେକ୍ସଟାଇଲ୍ ଶିଳ୍ପ କ୍ଷେତ୍ରରେ କପାର ଚାହିଦା ଖୁବ୍ ଅଧିକା । ରାଜ୍ୟରେ ମୁଖ୍ୟତଃ ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶାରେ କପା ଚାଷ ହୋଇଥାଏ । ବିଶେଷ କରି ରାୟଗଡା, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗୀରରେ ବହୁଳ ପରିମାଣରେ କପା ଚାଷ କରାଯାଏ ।
ଏ ନେଇ ଯୁବ ଜ୍ୟୋତି ଯୁବକ ସଂଘ ପକ୍ଷରୁ ନୂଆପଡା ଡିଲ୍ଲା ରାଣିମୁଣ୍ଡା ପଂଚାୟତ ଅନ୍ତର୍ଗତ କୋଟାମାଲ ଗ୍ରାମରେ କପା ଚାଷୀଙ୍କୁ ନେଇ ମା କାଳି ସୁନ୍ଦରୀ କପା ଉତ୍ପାଦକ କୃଷକ ସଂଗଠନ ଗଠିତ ହୋଇଯାଇଛି । ଏହି ଅବସରରେ ଯୁବ ଜ୍ୟୋତି ଯୁବକ ସଂଘର କେନ୍ଦ୍ରୀୟ ବୈଷୟିକ ଟିମର ସମବାୟ ବ୍ୟାଙ୍କ ବିଶାରଦ ରଞ୍ଜିତ ବେଶ୍ରା ଉପସ୍ଥିତ ରହି କପା ଚାଷୀଙ୍କୁ ସରକାରୀ ଯୋଜନା ବିଷୟରେ ଅବଗତ କରାଇବ ସହ ଆଗାମୀ ଦିନରେ ଯୁବ ଜ୍ୟୋତି ଯୁବକ ସଂଗଠନ ସର୍ବଦା କପାଚାଷୀଙ୍କ ହିତରେ କାର୍ଯ୍ୟ କରିବ ବୋଲି ବୁଝାଇଥିଲେ । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାହାଳପଦର ଗ୍ରାମପଂଚାୟତ ଅନ୍ତର୍ଗତ ବାହାଳପଦର ଗ୍ରାମରେ ମଧ୍ୟ କପା ଚାଷୀଙ୍କୁ ନେଇ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀଯୁକ୍ତ ରଞ୍ଜିତ ବେଶ୍ରା ଜିଲ୍ଲା କେନ୍ଦ୍ରୀୟ ସମାବାୟ ବ୍ୟାଙ୍କ ଭବାନୀପାଟଣାରେ ବ୍ୟାଙ୍ଗିଙ୍ଗ ଆସିଷ୍ଟାଂଟ ଭାବେ କାର୍ଯ୍ୟରତ ଥିଲେ । ତେବେ ଚାକିରିରୁ ଅବସର ନେବା ପରେ ସେ ଯୁବ ଜ୍ୟୋତି ଯୁବକ ସଂଘରେ ଯୋଗ ଦେଇ ଚାଷୀଙ୍କ ହିତରେ କାର୍ଯ୍ୟ କରିଆସୁଛନ୍ତି ।

ଶ୍ରୀ ରଞ୍ଜିତ ବେଶ୍ରା ଯିଏକି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ଭବାନପାଟଣା ଠାରେ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ଭାବେ ଚାକିରିରୁ ଅବସର ନେବାପରେ ଯୁବ ଜ୍ୟୋତି ଯୁବକ ସଂଘର , ଭୁବନେଶ୍ୱର ର କେନ୍ଦ୍ରୀୟ ବୈଷୟିକ ଟିମ ରେ ସମବାୟ ଓ ବ୍ୟାଙ୍କ ବିଶାରଦ ଭାବେ କାର୍ୟ୍ୟରତ।

administrator

Related Articles

Leave a Reply

Your email address will not be published. Required fields are marked *