ଯୁବ ଜ୍ୟୋତି ଯୁବକ ସଂଘର ଉତ୍କଳ ଦିବସ ପାଳନ

ଯୁବ ଜ୍ୟୋତି ଯୁବକ ସଂଘର ଉତ୍କଳ ଦିବସ ପାଳନ


ଉତ୍କଳ ଦିବସ ପାଳନ ଅବସରରେ ଯୁବ ଜ୍ୟୋତି ଯୁବକ ସଂଘର ସଭାପତି ଶ୍ରଯୁକ୍ତ ଚଣ୍ଡେଶ୍ୱର୍ ଜୟସିଂହ,ସମ୍ପାଦକ ଦିବାକର ମିଶ୍ର, ଉପଦେଷ୍ଟା ଶ୍ରୀ ପ୍ରବାସୀ ସେଠୀ, ଅବସର ପ୍ରାପ୍ତ ଶସ୍ୟ ସଂରକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡା , କ୍ଷେତ୍ର ବିଜ୍ଞାନୀ ଶ୍ରୀ ଅଜୟ କୁମାର ପରିଡ଼ା, ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାଶରଥି ଶବର ,ବରିଷ୍ଠ ସମବାୟ ବ୍ୟାଙ୍କ ଅଫିସର ଶ୍ରୀ ରଞ୍ଜିତ ବେଶ୍ରା ଙ୍କୁ ନେଇ ଗୋଟିଏ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଉତ୍କଳର ବୀର ପୁରୁଷଙ୍କୁ ସ୍ମରଣ କରି ମାତୃ ଭୂମିକା ର ଜୟ ଗାନ କରି ସଭା ଆୟୋଜନ କରାଗଲା। ଉକ୍ତ ସଭାରେ ସଂଘର ଉପଦେଷ୍ଟା ସମସ୍ତ ଓଡ଼ିଶାର ଜନ ସାଧାରଣ ତଥା କୃଷକ ମାନଙ୍କ ମଙ୍ଗଳ କାମନା କରି ସଂଘର ବୈଷୟିକ କମିଟିର ସଭ୍ୟ ମାନଙ୍କର ପରିଚୟ ପ୍ରଦାନ କରି ସଂଘର କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରି ଆଗାମୀ ଦିନରେ କୃଷକ ଉତ୍ପାଦକ ସଂଗଠନ( କପା ) FPO କିପରି କାର୍ଯ୍ୟକ୍ଷମ ହେବ ସେ ସମନ୍ଧରେ ବିସ୍ତୃତ ଆଲୋଚନା କଲେ। ଇତି ମଧ୍ୟରେ ସଂଘ ୧୨୦ ରୁ ଉର୍ଦ୍ଧ କୃଷକ ଉତ୍ପାଦକ ସଂଗଠନ କଳାହାଣ୍ଡି, ବଲାଙ୍ଗିର, ରାୟଗଡ଼ା, ନୂଆପଡ଼ା, ବୌଦ୍ଧ , ସୁବର୍ଣ୍ଣପୁର ଜିଲ୍ଲା କପା ଚାଷୀଙ୍କୁ ନେଇ ସୃଷ୍ଟି କରି ସାରିଛି ।ଏହି ସଂଗଠନ ଗୁଡ଼ିକ କିପରି କାର୍ଯ୍ୟକ୍ଷମ ହେବ ସେ ବାବଦରେ ବୈଷୟିକ କମିଟି ସଂଘର ବସଭାପତିଙ୍କୁ ପ୍ରସ୍ତାବ ଦେଲେ ଓ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ କାହିଲେ।
ଯୁବ ଜ୍ୟୋତି ଯୁବକ ସଂଘ ଆଗାମୀ ଦିନରେ ବଳକା କପା ଚାଷ ହେଉଥିବା ଜିଲ୍ଲାରେ ସେହିପରି ସଂଗଠନ ଗଠନ କରିବା ସହିତ କନ୍ଧମାଳ ଜିଲ୍ଲାରେ ହଳଦୀ, ଓ କୋରାପୁଟ ଜିଲ୍ଲାର ଅଦା ଓ ପନିପରିବା ଚାଷ ପାଇଁ ତଦୃପ ସଂଗଠନ ଗଠନ ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା। ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ ହେଲା।

administrator

Related Articles

Leave a Reply

Your email address will not be published. Required fields are marked *